ବୋହୂଙ୍କ ସୁଖ ଦୁଃଖ ଗୀତିକା

ବୋହୂଙ୍କ ସୁଖ ଦୁଃଖ ଗୀତିକା

ଉତ୍କଳ ଗାଉଁଲି ଗୀତ

ପ୍ରଥମ ଖଣ୍ଡ

 

ଶ୍ରୀ ଚକ୍ରଧର ମହାପାତ୍ର

 

ପଦ୍ୟସୂଚୀ

୧ ।

ପହିଲିପାଳି

୨ ।

ବୁଢାବର

୩ ।

ଜନମଶାଶୁ

୪ ।

ଚଉଡ଼ା ଚଢେଇ ନେଲେ

୫ ।

ଯାତନା

୬ ।

ଭଗାରିପୁର

୭ ।

କୋଇଲି ଦୂତ

୮ ।

ମୋ ଜୀବନ

୯ ।

ଭାଇନନା ୧ମ

୧୦ ।

ଭାଇନନା ୨ୟ

୧୧।

ଗୁରସ୍ତ ସୁଆରି

୧୨ ।

ହେ ନୂଆବୋହୂ

୧୩ ।

ଯେମା ମେଲାଣି

୧୪ ।

ସତୀ

 

ପହିଲି-ପାଳି

ପହିଲି-ପାଳି ବୋଉ !

 

ଦେଲ ପଠେଇ

 

ସାଙ୍ଗରେ ଯାଇଥିଲେ

 

ସାନ କକେଇ ଲୋ ।

।୧।

 

 

ଅଧାବାଟକୁ ବୋଲି,

 

ମୋ ‘ନନା’ ଗଲେ

 

‘ଝିଅ ଯାଉଛି’-ବୋଲି

 

ମେଲାଣି ଦେଲେ ଲୋ ।

।୨।

 

 

‘ନନା’ଙ୍କ ମୁହିଁକୁ ଯେ

 

ଚାହିଁଲି ମୁହିଁ

 

‘ନନା’ ଧଇର୍ଯ୍ୟ ଧରି

 

ପାରନ୍ତି ନାହିଁ ଲୋ ।

।୩।

 

 

‘ଗତୀଶ୍ୱର’ଙ୍କ ମାଳୀ ସେଠାରେ ଥିଲା

 

ନନାଙ୍କ ଆଖିଲୁହ ପୋଛିଣ ଦେଲା ଲୋ ।

।୪।

 

 

କାହିଁକି କାନ୍ଦ ‘ମିଶ୍ରେ’ ଯାଅ ଘରକୁ

 

ଝିଅ ଜନମ ସିନା ପର ଘରକୁ ହେ ।

।୫।

 

୩ – ନନା – ପିତା । ଅନ୍ତବାଷ୍ପ ଭରୋପରୋଧ ଗଦିତଂ ଚିନ୍ତାଜଡ଼ଂ ଦର୍ଶନଂ ।

ଗତୀଶ୍ୱର-ଏକ ଶିବଙ୍କ ନାମ । ବାଣପୁରଠାରୁ ଦେଢ଼ନ୍ତ୍ରୋଶ ଦୁରରେ ଥିବା ‘ଦୁଲଣି’ ଗ୍ରାମରେ ଏହି ମନ୍ଦିର ଅବସ୍ଥିତ ।

ମିଶ୍ରେ-ବ୍ରାହ୍ମଣ ଉପାଧି ମାନ୍ତ୍ର ।

ଅର୍ଥୋଽହି କନ୍ୟା ପରକୀୟ ଏବ ।

(ଦୁଇ)

 

‘ଚଉତା’ ଉପରେ ନାହିଁ

 

ନଣନ୍ଦ ଶାଢ଼ୀ

 

ତା’ ଦେଖି ବୋଉ ! ମୋତେ

 

ପକାନ୍ତି ଝାଡ଼ି ଲୋ ।

।୬।

 

 

ପେଡ଼ିରେ ‘ରଙ୍ଗଲୁଗା’

 

ଖଣ୍ଡିଏ ନାହିଁ

 

ପିନ୍ଧିଲା ଲୁଗାଖଣ୍ଡି

 

ନେଲେ ଛଡ଼ାଇ ଲୋ ।

।୭।

 

(ତିନି)

 

‘ଓତଲ’ କନା ପିନ୍ଧି

 

ପଶିଲୁ ଘରେ

 

ତୋର କିପାଇଁ ସତେ

 

ଗରିମା ଏଡ଼େ ଲୋ ।

।୮।

 

 

ବୁଢ଼ୀକାଳେ ଲୋ ମୋର

 

ଆସୁଛି ଭାର

 

ବୁଡ଼ି ନ ମଲୁ ତୁ ଲୋ

 

ବାଡ଼ରେ ‘ଯୋଡ଼’ ଲୋ ।

।୯।

 

ଚଉତା-ସୁଆରି,ଡ଼ୋଲା, ସବାରି ଇତ୍ୟାଦି ଶ୍ରେଣୀୟ ଯାନ ।

ରଙ୍ଗଲୁଗା-ଘୋଡ଼ାଟାପୁଆ, ଚମ୍ପାବାସ, ଚଉରୀ, ବାଡ଼ିବସାଚଉରୀ,

ଶୁକଳଗାଡ଼ିଆ, ମାଣିଆବନ୍ଦି, ନୁଆପାଟଣି ଆଦି ।

ଓତଲ-‘ଓତ ନାମକ ଶାଢ଼ୀ (ମୋଟା ଖଦିରକମର) ।

ଯୋଡ଼-କ୍ଷୁଦ୍ର ନଦୀ ।

 

 

 

 

(ଚାରି)

 

ତା’ ଶୁଣି ‘ଦେଢ଼ଶୁରେ’

 

ଦିଅନ୍ତି ଗାଳି

 

ତା’ ଶୁଣି ଖୁଡ଼ିଶାଶୁ

 

ଲଗାନ୍ତି କଳି ଲୋ ।

।୧୦।

 

 

ଅନ୍ୟ ଗାଳି ଲୋ ତାର

 

ତୁଣ୍ଡରେ ନାହିଁ

 

ଆଣ୍ଠୁକୁଡ଼ି-ଝିଅ ତୁ

 

ବୋଲୁ କିପାଇଁ ଲୋ ।

।୧୧।

 

(ପାଞ୍ଚ)

 

ଶାଗ କାଟିବ ବୋଲି

 

ପନିକି ଥୋଇ

 

ମନ ବିକଳ ହେଲା

 

ପଡ଼ିଲି ଶୋଇ ଲୋ ।

।୧୨।

 

 

 

 

 

 

ହାଟରୁ ଖଜାମୁଆଁ

 

ଆଣନ୍ତି କିଣି

 

ବୋଲନ୍ତି ତୋର ଭାଇ

 

ଆସିଛି ଆଣି ଲୋ ।

 

ବୋଲୁ କିପାଇଁ ଲୋ ।

।୧୩।

 

ଦେଢ଼ଶୁର ଓ ଖୁଡ଼ିଶାଶୁ-ଶଶୁରଙ୍କ ବଡ଼ ଭାଇ ଓ ଶାଶୁଙ୍କ ସାନ ଯାଆ ।

ଆଣ୍ଠୁକୁଡ଼ି-ଏକ ଗାଳି । ପୁନ୍ତ୍ରହୀନା ରମଣୀକୁ ବୁଝାଏ ।

 

ଏ କବିତା ବାଣପୁର ଅଞ୍ଚଳରେ ସଂଭବତଃ ଜନ୍ମ ହୋଇ ବିବାହ ସମ୍ବନ୍ଧ ଘେନି ନୁଆଗଡ଼ ଷ୍ଟେଟକୁ ଆସିଥିଲା । କିନ୍ତୁ ସେଠାରୁ ନରସିଂହପୁରକୁ ଆସିଥିଲା ।

 

ବୁଢ଼ାବର

ବାପା ବସିଥିଲେ

 

ଗମ୍ଭିରୀ ଘରେ, ବୋଉକିଲୋ,

 

ଟଙ୍କା ପହଞ୍ଚିଲା

 

ଦିପହରେ, ବୋଉକିଲୋ

।୧।

ମୋହର ଯେମନ୍ତ

 

ନିଶ୍ୱାସ ଥିବ, ବୋଉକିଲୋ,

 

ଟଙ୍କା ବାରବୋଡ଼ି

 

ଅଙ୍ଗାର ହେବ, ବୋଉକିଲୋ

।୨।

ଢ଼ିଙ୍କି ପେଟ ତଳେ

 

କାଣ୍ଡିଆକୁଣ୍ଡା, ବୋଉକିଲୋ,

 

ବେଦୀରେ ବସିଛି

 

ଚଟୁଆ ମୁଣ୍ଡା, ବୋଉକିଲୋ

।୩।

ଦୋଳ ମୁକଟ ହୋଇ

 

ଅଇଲା ବେଳେ, ବୋଉକିଲୋ,

 

ଆଣ୍ଠୁମାଡ଼ି ବୁଢ଼ା

 

ପଡ଼ିଲା ତଳେ, ବୋଉକିଲୋ

।୪।

 

ବାର କୋଡ଼ି-ଷାଠିଏ ଟଙ୍କା । ଚଟୁଆ-ଚଟୁପରି ଚଟକା । ଦୋଳ

ମୁକୁଟ-ଉଭୟ ମୁକୁଟ (ବର କନ୍ୟା ଦୁହିଙ୍କ ମୁକୁଟ) ।

୨- ଆତ୍ମ ନୈବାତ୍ମନୋଦାନଂ କର୍ତ୍ତୃମର୍ହସି ଧର୍ମତଃ (ମହାଭାରତ) ନିଜେ

ନିଜ ହସ୍ତରେ ଆତ୍ମ ସମର୍ପଣ କରିବା ଉଚିତ ।

 

ବାପା ବସିଥିଲେ

 

ବେଦି ଉପରେ, ବୋଉକିଲୋ,

 

ଜଡ଼ା ଡ଼ାଙ୍ଗେ କାନ

 

ପୁଙ୍କିଲେ ଖରେ, ବୋଉକିଲୋ

।୫।

 

 

ଦାନ୍ତ ନାହିଁ ବୁଢ଼ା

 

ପାକୁଆ ପାଟି, ବୋଉକିଲୋ,

 

ବେଦିରେ ବସିଛି

 

ଆଖି ତରାଟି, ବୋଉକିଲୋ

।୬।

 

 

ପର୍ବତ ଶିଖରେ

 

ପାରିଛି ବେଲ, ବୋଉକିଲୋ,

 

ତୋତେ ଲାଜ ନାଇଁ

 

ବୁଢ଼ା ମୁଣ୍ଡେ ନେଇ

 

ଖଞ୍ଜିଲୁ ଫୁଲ, ବୋଉକି ଲୋ

।୭।

 

୭- ନ ଚୈବଂ ପ୍ରଯଚ୍ଛେତ୍ତୁ ଗୁଣହୀନାୟ କର୍ହିଚିତ (ମନୁ) ବିରୁଦ୍ଧ ପୁଣ କର୍ମ ସ୍ୱଭାବର ବର ଅପେକ୍ଷା ଝିଅ ଅଭିଆଡ଼ି ରହିବା ଭଲ ।

ତିଳେ ଲାଜ ନାହିଁ

ସେ ବୁଢ଼ା ମୁଖେ, ବୋଉକିଲୋ,

ବିଭା ହେବ ବୋଲି

 

ବେଦିରେ ବସିଛି

କେମନ୍ତ ବଳଦ

ବାନ୍ଧିଛି ପାଖେ, ବୋଉକିଲୋ ।

 

‘‘ସ୍ୱାମୀର ମୃତ୍ୟୁ ହେଲେ ଉଚ୍ଚଜାତିର ବାଳିକା ମଧ୍ୟ ଜୀବନ ସାରା ବିଧବା ହୋଇ ରହିବ । ପରନ୍ତୁ ବୁଢ଼ା ବୟସରେ ସୁଦ୍ଧା ପୁରୁଷ କ୍ଷୁଦ୍ର ବାଳିକାକୁ ବିବାହ କରିପାରିବ । ଏ ପ୍ରଥା ଦୁଃଖଜନକ ଓ ଅସହ୍ୟ । ଜାତି ପକ୍ଷରୁ ଏପରି ବିବାହ ରହିତ କରିବା ଲୋଡ଼ା । ବୃଦ୍ଧ ବୟସରେ ବାଳିକା-ବିବାହ କରି ଲୋକସବୁ ଯେତେବେଳେ ଧର୍ମରକ୍ଷା, ଗୋରକ୍ଷା ଓ ଅହିଂସା କଥା କହନ୍ତି ସେତେବେଳେ ହସ ମାଡ଼େ । ଅତି ସହଜରେ ଯେଉଁ ସଂସ୍କାର ଗୁଡ଼ିକ କରି ହେବ, ସେଗୁଡ଼ିକ ଥାକ ଉପରେ ରଖି ଦେଇ ‘ସ୍ୱରାଜ୍ୟ’ ଇତ୍ୟାଦି ସଂବନ୍ଧରେ ବଡ଼ ବଡ଼ କଥା କହିବା ଆକାଶ କୁସୁମ ଧରିବା ପରି ନିଷ୍ଫଳ ।

ଗାନ୍ଧୀଜୀ

 

ଟଙ୍କା ଷାଠିଏଟି ଦେଇ ବିଭା ହେବାକୁ ବୁଢ଼ାବର ବଳଦ ଗାଡ଼ିରେ ବସି ଆସିଥିଲେ । ଅତିଲୋଭରୁ ଦୃଷ୍ଟି ଉପରେ ବେଦୀ ପାଖରେ ବଳଦଙ୍କୁ ବାନ୍ଧି ରଖିଥିଲେ ।

 

*ଏ କବିତାର ଜନ୍ମ ନରସିଂହପୁର ବୋଲି ଜଣାଯାଏ । କାରଣ ମିଛୁ ମିଶ୍ର ନାମକ ଗରିବ ବ୍ରାହ୍ମଣ ତାଙ୍କ କନ୍ୟା ‘ପାରିକୁ ବୃଦ୍ଧ ବରରେ ବିବାହ ଦେବା ବେଳେ ଏହା ପ୍ରକାଶିତ ହୋଇଥିଲା ବୋଲି ଶୁଣାଯାଏ ।

 

ଜନମ ଶାଶୁ

ଶୋଚନ୍ତି କାମୟୋ ଯନ୍ତ୍ର

ବିନଶ୍ୟତ୍ୟାଶୁ ତତ୍‌କୁଳଂ

ନ ଶୋଚନ୍ତି ତୁ ଯନ୍ତ୍ରେକା

ବର୍ଦ୍ଧତେ ତଦ୍ଧି ସର୍ବଦା ।

 

ଯେ ସ୍ତ୍ରୀ ଦ୍ୱାରା ଅଭିଶପ୍ତ ହେବ ସେ ପରମେଶ୍ୱରଙ୍କ ଦ୍ୱାରା ନିଶ୍ଚୟ ଅଭିଶପ୍ତ ହେବ । ଯେ ସ୍ତ୍ରୀ ଠାରୁ ଲୁହ ବୁହାଇବ ତା ଉପରେ ଆକାଶରୁ ନିଶ୍ଚୟ ନିଆଁ ବର୍ଷିବ । ଯେ ସ୍ତ୍ରୀର ଦୁଃଖ କଷ୍ଟକୁ ଉପହାସ କରିବ, ପରମେଶ୍ୱର ମଧ୍ୟ ତାର ପ୍ରାର୍ଥନାକୁ ଉପହାସ କରିବେ ।

 

ଯେଉଁ ଦିନୁଁ ଦୁର୍ଗା ଦେବୀ

 

ଅଇଲି ଯେ ମୁହିଁ

 

କେତେ ଦୁଃଖ ସହିଲିଣି

 

ଏହି ଘରେ ରହି ଗୋ

।୧।

 

 

ସାବତ ତ ନୁହନ୍ତି ସେ,

 

ଜନମ କଲା

 

ମୋହ କଥା ତ ଶାଶୁଙ୍କୁ

 

ନ ଯୋଗାଇଲା ଗୋ

।୨।

 

 

ଘଷି ଦେବାକୁ ଗଲେ ସେ

 

ଲଗାନ୍ତି ଗୋଳ

 

ଅରକ୍ଷିତ ଟୋକୀ ମୋର

 

ଛୁଅନ୍ତା ଗୋଡ଼ ଗୋ

।୩।

 

ଦୁର୍ଗାଦେବୀ-ଗୃହର ଅଧିଷ୍ଠାନ୍ତ୍ରୀ ଦେବୀ ।

*ଏହା ପୁରୀ ଅଞ୍ଚଳର କବିତା । କାଳନ୍ତ୍ରମେ ଖଣ୍ଡପଡ଼ାକୁ ଆସି ସେଠାରୁ ନରସିଂହପୁରକୁ ଆସିଥିଲା-

 

ଫିଙ୍ଗି ଯେ ଫୋପାଡ଼ି ଦ୍ୟନ୍ତି

 

ପହୁଣ୍ଡ ତଳ

 

କବାଟ ଯେ କିଳି ଦ୍ୟନ୍ତି

 

ଅନ୍ଧାର ଘର ଗୋ

।୪।

 

 

ପହୁଣ୍ଡରେ ଠିଆ ହୋଇ

 

ବୁହାଏ ଲହୁ

 

ବୋଉ, ନନା କଲେ ଇୟା

 

ସହିଲା ଦିହ ଗୋ

।୫।

 

 

 

 

(କହନ୍ତି)‘ମାଇଲାର ମାଡ଼ ତାକୁ

 

ନାହିଁ ଆକଟ

 

‘ନରସିଂହ ପୁର’’ ଝିଅ

 

ହୋଇଚି ଦୁଷ୍ଟ ଗୋ

।୬।

 

 

ବହୁତ ଯେ ଗାଳି ଦ୍ୟନ୍ତି

 

ଅପକରଷ

 

ଘର ମିଣିପଙ୍କ ଠାଇଁ

 

ହୁଅନ୍ତି ରସ ଗୋ

।୭।

 

 

ଜାରିରେ ସୁଜନ ସେ ଯେ

 

ମଉନେ ଥାଇ

 

କାହାରି ଆଗରେ କିଛି

 

କହନ୍ତି ନାହିଁ ଗୋ

।୮।

 

 

(କିଂତୁ ମୋତେ ସ୍ୱାମୀ ମୋର କହନ୍ତି)

 

‘‘ବୁଝାଇ କହିଲେ କଥା

 

ବୁଝିଲୁ ନାହିଁ

 

‘‘ଆକଟି କହିଲେ ମୁହିଁ

 

ଦେଲୁ ଶୁଖାଇ ଲୋ

।୯।

 

ପହୁଣ୍ଡ-ପିଣ୍ଡା । ‘‘ଘରମିଣିପ-ରସ’’-ମୋତେ ଗାଳି ମାଡ଼ ଦେଇ ମୋର ସ୍ୱାମୀଙ୍କ ପାଖରେ ଭଲେଇ ହୁଅନ୍ତି । ଦିହ-ଦେହ ଇୟା-ଏହା ।

ବୋଲନ୍ତି-‘ଲୋ ଛୁଇଁ ଯେବେ

 

ଦେବେ ମୁଁ ମାରି

 

‘‘ଜଗତରେ ହସୁ ଥିବେ

 

ଭାଇ ଭଗାରି ଲୋ

।୧୦।

 

 

‘‘ତୋର ଦୁଷ୍ଟ ସାନ ଯାଅ

 

ଉରାଉ ଥିବ

 

‘‘ତାହା ଶୁଣି ତୋର ଦିହ

 

କେତେ ସହିବ ଲୋ

।୧୧।

 

 

‘‘ଖଟୁଳିରେ ବସିଛନ୍ତି

 

ଦୁରୁଗା ଦେବୀ

 

‘‘ତାଙ୍କ ପାଦତଳେ ନିତି

 

ଥିବୁତୁ ସେବି ଲୋ

।୧୨।

 

ଗୁଣବତୀ ସୁନ୍ଦରୀ ସ୍ତ୍ରୀ ଶାଶୁ ଦ୍ୱାରା ନିର୍ଯାତିତା ହୋଇ ସ୍ୱାମୀ ବଳରେ ଖାତର କରେ ନାହିଁ-। ଏକ୍ଷେନ୍ତ୍ରରେ ତାର ବିକ୍ଷେଣତା, ତାର ପୁଲ୍ଲପଙ୍କଜାନନ, ତାର ଠାଣି ଚାହାଣୀ ମଧ୍ୟ ଶାଶୁଙ୍କୁ ସୁଖଦିଏ ନାହିଁ । କାଳେ ପୁଅ ସ୍ତ୍ରୀର ଆପଣାର ହୋଇ ଯିବ-ଏହାହିଁ ପ୍ରାଚୀନାଙ୍କର ଭୟ । କିନ୍ତୁ ସୁଜନ ସ୍ୱାମୀ କହନ୍ତି-ତୁ ସବୁ ସହିଯା । କିନ୍ତୁ ଯୁବତୀ ଅସହ୍ୟ ହେଲେ ପ୍ରଥମେ ଧମକ ଦେଇ, ପରେ ଦେବଡ଼ାଠାରେ ଗୁହାରି କରିବାକୁ ଉପଦେଶ ଦେଇଥାନ୍ତି ।

 

ଦେଏବୀ ନନ୍ଦିନୀ ଅବା

 

ଫେଡ଼ିବେ ଚିନ୍ତା

 

ବୋଉ କୋଡ଼େ ଥିଲେ

 

ଅଭିମାନ ଫିଟନ୍ତା ଗୋ

।୧୩।

 

 

ଜନମ କଲା ଜନନୀ

 

ନାହିଁ ତୋହର

 

ଅଭିମାନ ଫିଟାଇବେ

 

ଦୟାସାଗର ଗୋ

।୧୪।

 

 

ଯେବେ ଶାଶୁ ମରିବାର ସତ

 

ଦେଉଳେ ବାଂଧିବି ନେତ

 

 

କନ୍ୟାର ଜନ୍ମିତ ମାତା ନଥିଲେ । ସେ ଥିଲେ ତାର ପତୃ ଗୃହକୁ କନ୍ୟାକୁ ପଠାଇ ଦେଇ ଅନ୍ତତଃ ସ୍ୱାମୀ ମାଆଙ୍କ ଦୈାରାତ୍ମ୍ୟରୁ ସୁନ୍ଦରୀକୁ ରକ୍ଷା କରି ପାରିଥାନ୍ତେ । ସେ ସୁବିଧା ମଧ୍ୟ ନଥିଲା-। ସେଠାରେ ଆଉଜଣେ ଅଳ୍ପ ବୟସୀ ସାବତ ମାଆ ହୋଇ ଥିଲେ । ତେଣୁ ଏ ଅଭିମାନ ଦୟାସାଗରଫିଟାଇବା ଛଡ଼ା ଅନ୍ୟ ଉପାୟ ନଥିଲା ।

 

ଚଉତା ଚଢ଼ାଇ ନେଲେ

ଆମ୍ବ ଲଟିକାକୁ

ଶିମ୍ବ ଲଟିକା ଲୋ

ନଡ଼ିଆ ଲଟିକା ମଲା,

ବାବୁ ଚଣ୍ଡାଳ ସେ

ଏଡ଼େ ଚଣ୍ଡାଳ ଯେ-

ଦୂର ଦେଶେ ମେଲି ଦେଲା ।

ଏହା ପୁରୀ ଅଞ୍ଚଳର କବିତା । ପ୍ରଥମେ ନୟାଗଡ଼ ଷ୍ଟେଟକୁ ଆସିଥିଲା ।

ମା ଚଣ୍ଡାଳୁଣୀ ଏଡ଼େ ଚଣ୍ଡାଳୁଣୀ

 

‘କୋଠା’ ତୁହା କରିଦେଲା

 

ଭାଇ ଚଣ୍ଡାଳ ସେ ଏଡ଼େ ଚଣ୍ଡାଳ ଯେ

 

ଅଧା ବାଟେ ଛାଡ଼ିଗଲା ।

।୧।

 

 

ଦେଢ଼ଶୁରେ ଥିଲେ ତୁଳସୀ ବୃକ୍ଷ ସେ

 

ଖଣ୍ଡେ ଦୁରୁଁ ଅଡ଼ ହେଲେ,

 

ଦିଅର ଥିଲେ ଯେ ପରିହାସି ଲୋକ

 

ଖଣ୍ଡେ ଦୁରୁଁ ହସି ଦେଲେ ।

।୨।

 

 

ଶଶୁରେ ଯେ ଥିଲେ ଘର ସାଆନ୍ତ ସେ

 

‘ଚଉତା’ ଚଢ଼ାଇ ନେଲେ,

 

ଶାଶୁଏ ଥିଲେ ଯେ ଘର ସାଆନ୍ତାଣୀ

 

ଚାଉଳ ବୃଷ୍ଟି କଲେ ।

।୩।

 

 

ଯାଆ ଯେ ଥିଲେ ସାଙ୍ଗ ସରିସାସେ

 

ହାତ ଧରି ଘରକୁ ନେଲେ

 

ନଣନ୍ଦ ଥିଲେ ଯେ

 

ପରଭୁଆଷୁଣୀ

 

ଦୁଆର ଜଗି ବସିଲେ ।

।୪।

 

 

ବାପା ଦେଇଥିଲେ ।

 

ଶାଢ଼ୀ ଚାରି ଖଣ୍ଡି

 

ଭଲ ଶାଢ଼ୀ ଖଣ୍ଡି ନେଲେ,

 

ପୋଷିଲା ଖାଉଁଦ ମଉଡ଼ମଣି ଯେ

 

ମୁହଁମାଡ଼ି ଶୋଇଥିଲେ ।

।୫।

 

ପୋଷିଲା ଖାଉନ୍ଦ-ସ୍ୱାମୀ (ଲାଜରେ ଶୋଇ ପଡ଼ିଲେ ବା ମୁହଁ ଲୁଚାଇଲେ)

କୋଠା-ଧନ ଦ୍ରବ୍ୟର ଗୃହ ।

 

ଯାତନା

ପତ୍ନୀ ପୁରୁଷର ଦାସୀ ନୁହେଁ-

ସଂଗୀ, ସହାୟତାକାରିଣୀ; ଜୀବନର

ସୁଖ ଦୁଃଖରେ ସେ ଭାଗୀ । ସ୍ୱାମୀ ପରି,

ପତ୍ନୀର ମଧ୍ୟ ସ୍ୱାତନ୍ତ୍ର ଓ ସ୍ୱାଧିନତା

ଅଛି । (ଗାନ୍ଧିଜୀ)

 

ଏଥୁ ଅନନ୍ତରେ

 

କଥା ଶୁଣିବୁ ଟିକି

 

କାନ୍ତ ଅନୁରାଗେ

 

ବଡ଼ ହୋଇଲି ଦୁଖୀ ।

।୧।

 

 

ପିନ୍ଧି ଦି ବାହାଣେ କନା

 

ବୋହିବି ପାଣି

 

ନ ପାଇବୁ ଝିଅ ଖୁଡ଼ି

 

ରଖିଥା ଜାଣି ।

।୨।

 

 

ହସିଲେ ବୋଲନ୍ତି ଖୁଡ଼ି

 

‘ଦାରୀ’ ହେଲାଣି

 

କାନ୍ଦିଲେ ବୋଲନ୍ତି ଖୁଡ଼ି

 

କିଏ ମଲାଣି ।

।୩।

 

 

ଉଠିଲେ ବୋଲନ୍ତି ଖୁମ୍ବ

 

ଡ଼େରା ହୋଇଛି

 

ଶୋଇଲେ ବୋଲନ୍ତି ଖୁଡ଼ି

 

ଢ଼ିଙ୍କି ପଡ଼ିଛି ।

।୪।

 

ସନ୍ତୁଷ୍ଟୋ ଭାର୍ଯୟା

କର୍ତ୍ତା, ରତ୍ତା ଭାର୍ଯ୍ୟା

ତଥୈବଚ; ଯସ୍ମି ନ୍ନେବ

କୁଳେ ନିତ୍ୟଂ, କଲ୍ୟାଣଂ

ଚନ୍ତ୍ରବୈ ଧ୍ରୁବଂ

ମନୁ ।

 

ପିନ୍ଧି ଦି କାହାଣେ କନା-ତାଳି ଉପରେ ତାଳି ପଡ଼ିଥିବା ଛିଣ୍ଡାଲୁଗା ପିନ୍ଧି

 

ଲଇଁଲେ ବୋଲନ୍ତି ଖୁଡ଼ି

 

ମ(ମା)ଠି ଗୋଡ଼ୁଟା

 

ବସିଲେ ବୋଲନ୍ତି ଚକା

 

ପଥର ଏଟା ।

।୫।

 

 

ପେଜ କଂସାଏ ଲୋ ଖୁଡ଼ି

 

ଦିଅନ୍ତି ବାଢ଼ି

 

ବୋଲନ୍ତି ଦେଉଳ ପ୍ରାୟେ

 

ବସିଲା ମାଡ଼ି ।

।୬।

 

 

ପେଜ କଂସାକ ଲୋ ଖୁଡ଼ି

 

ଦିଶେ ଅଧିକ

 

ହଳଦି ମାଲପା ଖୁଡ଼ି

 

ତେଣିକି ରଖ ।

।୭।

 

 

ଜାଣି ତ ନ ଥିଲା ପିତା

 

ଏତେ ଆଚାର

 

ଭଲ ହେବ ବୋଲି ଏଥେ

 

ଦେଲା ପିଅର

।୮।

 

 

ଭାଇନନା କୁ କହନ୍ତି

 

ନାହିର୍ ଯୋଗ୍ୟତା

 

କହିଲେ ବୋଲିବେ

 

ବିଭା କଲେ ତୋ ପିତା ।

।୯।

 

ସ୍ୱାମୀକୁ ଭଲ ପାଇବାରୁ ସୁନ୍ଦରୀ ବଧୁକୁ ତାଳି ଉପରେ ତାଳି ପଡ଼ିଥିବା ଏପରି ଖଣ୍ଡିଏ ଲୁଗା ଯାହାର ତାଳିସଂଖ୍ୟା ୨ କାହାଣ ହେବ ପିନ୍ଧିବାକୁ ଦେଇଛନ୍ତି । ପୁଣି ହସିଲେ, କାନ୍ଦିଲେ, ଉଠିଲେ, ଶୋଇଲେ, ଲଇଁଲେ, ବସିଲେ, ଖାଇଲେ ସବୁମତେ ଅଶୋକକାନନବନ୍ଦିନୀ ସୀତା ପରି ଶାଶୁ ନଣନ୍ଦ ଯାଆମାନେ ଅସୁରୀପଲ ପରି ଯାତନା ଦେଇଥାନ୍ତି । ଏ କ୍ଷେତ୍ରରେ ପ୍ରତ୍ୟେକ ଯୁବକ ରାମଚନ୍ଦ୍ର ହୋଇ ଏ ସୀତାଟି ମାନଙ୍କୁ ଉଦ୍ଧାର କରିବା ଉଚିତ । ଇସ୍‌ ଲିୟେ ନୈାଯବାନ ଲକଡ଼େ ତୋ ନେହିଁ ଲଢେଙ୍ଗେ-କ୍ୟା ବୁଢ଼ୋ ଲଢ଼େଙ୍ଗେ ?

 

ଭଗାରୀ ପୁର ।

କାନ୍ଦି କହେ ନାରୀବର

 

ମୋତେ ଛାଡ଼ିଗଲ

 

ଭଗାରି ପୁରରେ

 

ଜନନୀ କଲା ଅଂତର

 

ସଜନୀ ରେ ।

।୧।

 

 

ଗର୍ଭେ ଦଶମାସ ଧରି,

 

କେତେ ଦୁଃଖେ ପାଇ-

 

ଥିଲା ବିଚାରି ରେ,

 

ଏବେ ଦେଲେ ପର କରି,

 

ସଜନୀ ରେ ।

।୨।

 

 

ହୁଅନ୍ତି ମୁଁ କାକ ପକ୍ଷୀ

 

ଜନନୀ କି ଥରେ-

 

ଆସନ୍ତି ଦେଖି ରେ

 

ସଫଳ ହୁଅନ୍ତା ଆଖି

 

ସଜନୀ ରେ ।

।୩।

 

 

ମନ ମୋ ଯାହା ହଉଛି

 

ଯେଣିକି ଚାହିଁଲେ

 

ମୁହଁ ଦିଶୁଛି ରେ

 

ତା ଗୁଣ ମନେ ପଡ଼ୁଛି

 

ସଜନୀ ରେ ।

।୪।

 

ଏ କବିତା ତିଗିରିଆରୁ ପ୍ରଥମେ ଆମଦାନୀ ହୋଇଥିଲା ।

ଭୁଂଜି ବସିଲେ ଆହାର

 

ମନେ ପଡ଼ୁଥିବି

 

ମୁହିଁ ତାହାର ରେ

 

ନେନ୍ତ୍ରୁ ଗଳୁଥିବ ନୀର

 

ସଜନୀ ରେ ।

।୫।

 

 

ତାହାର ଆୟିତ ନାହିଁ

 

ଅଣଆୟିତରେ

 

ରହିଚି ସେହି ରେ

 

ପୁଅରେ ତ ପଣ ନାହିଁ

 

ସଜନୀ ରେ ।

।୬।

 

 

 

 

ନନାଙ୍କ ଦାରୁଣ ପଣ

 

ନାହିଁ ନ ଥିବ ତ

 

ସଂସାରେ ଜାଣ ଯେ

 

ମୋଠାରେ ବଡ଼ କୃପଣ

 

ସଜନୀ ରେ ।

।୭।

 

 

ବୋଇଲେ ଦୁଖ କିପାଇଁ

 

ବରଷ ନ ପୁରୁଁ

 

ଆଣିବି ମୁହିଁ ଲୋ

 

ଏତେ କୋହ କାହିଁପାଇଁ

 

ସଜନୀ ରେ ।

।୮।

 

 

ସତେ ‘ବିଦ୍ୟାଧର’ ମୋର

 

ଆସିବ ପାଶ

 

ବସିବେ କୋଡ଼ର ଯେ

 

ବୋଲିବ-‘ନାନି ! ବାହାର;

 

ସଜନୀ ରେ ।

।୯।

 

ନାନୀ ! ବାହାର-ଭଗିନୀ କଳ୍ପନାରେ ବିହଳ ଯେ-ଭାଇ ଡ଼ାକିବ ‘ଭଗ୍ନୀ ! ପୁସ୍ତକ ହୁଅ, ଘରକୁ ଯିବା ।’

 

ପଖା ଧରି ଥିବି ହାତେ

 

ଢ଼ାଳୁଥିବି ବସି

 

ତାହାରି ପାଖେ ରେ

 

ପିଞ୍ଛି ନ ପଡ଼ିବ ବାତେ

 

ସଜନୀ ରେ ।

।୧୦।

 

 

ତୁଣ୍ଡେ ପଛେ ନ ପଚାର

 

ଜଗତରେ କର

 

ଘର ଦୁଆର ରେ

 

ଯେଣେ ଥିଲେ ତ ମୋହର

 

ସଜନୀ ରେ ।

।୧୧।

 

 

ମାଆକୁ ଝିଅ

 

ଘାଆକୁ ଘିଅ,

।୨୧।

ଦେଲା ନାରୀ - ହେଲା ପାରି ।

 

 

କୋଇଲି ଦୂତ

କୋଇଲି ଲୋ

 

ମୋହପାଇଁ ଉଡ଼ି ଉଡ଼ି ଯିବୁ

 

ମୋ ବୋଉ, ନନାକୁ କହି

 

ମାନ ଉଦ୍ଧରିବୁ ଲୋ

।୧।

କୋଇଲି

 

 

 

କୋଇଲି ଲୋ

 

ବୋଉ ଯେବେ ଜନ୍ମ କରିଥାନ୍ତା

 

ସତେ ନ ଦେଖିଲେ ମୋରେ

 

ସପନେ ଦେଖନ୍ତା ଲୋ

 

କୋଇଲି

।୨।

 

 

କୋଇଲି ଲୋ

 

ସପନରେ କହନ୍ତା ନନାକୁ

 

ବିକଳ ହେଉଛି ମନ

 

ଆଣନ୍ତି ଝିଅକୁ ଲୋ

 

କୋଇଲି

।୩।

 

 

କୋଇଲି ଲୋ

 

ନନା ଯେବେ ଜନ୍ମ କରିଥାନ୍ତେ,

 

କାନ୍ଧେ ଛତା, ହାତେ ବାଡ଼ି

 

ସଂଖୋଳି ଆସନ୍ତେ ଲୋ

 

କୋଇଳି ଲୋ

।୪।

 

 

କୋଇଲି ଲୋ

 

ଭାଇନା ମୋ ରାଢ଼ପଣ କଲା,

 

ଛ ମାସକୁ କଣ୍ଟ କରି

 

ବରଷେ ରହିଲା ଲୋ

 

କୋଇଲି

।୫।

 

 

କୋଇଲି ଲୋ

 

ଭାଉଜ, ଭଉଣୀଏ ତ

 

ରାଢ଼ପଣ କଲେ,

 

ଭାଇ ସଙ୍ଗେ ପଡ଼ି ସେ ତ

 

ଜଣେ ଜଣେ ହେଲେ ଲୋ

 

କୋଇଲି

।୬।

 

 

କୋଇଲି ଲୋ

 

ପୋଡ଼ ପାଡ଼-ପ୍ରାଣ, ବୋଉ !

 

ଜନ୍ମ କରି ନାହିଁ

 

ଜହର ନ ଦେଇ ସତେ

 

ରଖିଲା କିପାଇଁ ଲୋ

 

କୋଇଲି

।୭।

 

୭ ପୋଡ଼ପାଡ଼-ତୁଚ୍ଛ ଭିତିରିଆ ଷ୍ଟେଟରୁ ଏ କବିତା ଆମଦାନୀ ହେବାର ଜଣାଯାଏ ।

 

କୋଇଲି ଲୋ

 

ଗାଁ ଝିଅ ବେଳେ ବେଳେ

 

ବୁଲି ଆସୁଥିବ,

 

ସାନଝିଅ କୋଡ଼େ ପଶି

 

ଦୁଃଖ ପାସୋରିବ ଲୋ

 

କୋଇଲି ।୮।

।୮।

 

 

କୋଇଲି ଲୋ

 

ତାହା ଶୁଣି ବାପା ଆସୁଥିଲେ

 

ନଈବଢ଼ି ପାଣି ଦେଖି

 

ଲେଉଟି ତ ଗଲେ ଲୋ

 

କୋଇଲି ।

।୯।

 

 

 

 

କୋଇଲି ଲୋ

 

ତାହା ଶୁଣି ଶାଶୁଏ ବୋଲନ୍ତି

 

ତୋର ପରା ବାପ ଭାଇ

 

ଜାଇ ବସିଛନ୍ତି ଲୋ

 

କୋଇଲି ।

।୧୦।

 

*ଉପର୍ଯ୍ୟୁକ୍ତ କବିତାର ଏହା ଅଂଶ ବିଶେଷ ନ ହେଲେହେଁ, ସେହି ଜାତୀୟ କବିତା ଭାବରେ ସଂଗୃହୀତ ଥିବାରୁ ଏ ସ୍ଥାନରେ ଦିଆ ଯାଇଅଛି ।

 

ମୋ ଜୀବନ

ଜାଗର ଦୂତୀୟା ଦିନ

 

ଚଉଧୁରୀ ପୁଅ, ବୁଝାଇ ଦିନ ଲୋ

 

ମୋ ଜୀବନ

 

ବୋଇଲା ବୋହୁ କୁ ଆଣ

 

ମୋ ଜୀବନ ।

।୧।

 

 

ଭଲା ଚଉଧୁରୀ ଭଲା,

 

କଟକ ଦାଣ୍ଡରୁ ମାଇଲା ଘୋଡ଼ା ଲୋ

 

ମୋ ଜୀବନ

 

ଗାଁରେ ପ୍ରବେଶ ହେଲା

 

ମୋ ଜୀବନ ।

।୨।

 

 

କକେଇ ତୋହର ଥିଲା,

 

ସମଧି ଅଇଲା, ଚହଳ କଲେ ଲୋ

 

ମୋ ଜୀବନ

 

ପାଣି ପିଢ଼ା ନେଇ ଦେଲେ

 

ମୋ ଜୀବନ ।

।୩।

 

 

ଜେଜବାପା ତୋର ଥିଲେ

 

ହାଟୁଆ ସାଇରୁ ନାହାକ ଡ଼କାଇଲେ ଲୋ

 

ମୋ ଜୀବନ

 

ଦିନ ବାର ବୁଝାଇଲେ,

 

ମୋ ଜୀବନ ।

।୪।

 

 

ଦଦେଇ ତୋହର ଥିଲେ

 

ବଣିଆସାହିରୁ ବଣିଆ ଡ଼କାଇଲେ ଲେ

 

ମୋ ଜୀବନ

 

ଅଳଂକାର ଗଢ଼ାଇଲେ

 

ମୋ ଜୀବନ ।

।୫।

 

 

ଦେଠେଇ ତୋହର ଥିଲେ

 

ତୋରାଣି ପିଇବାକୁ ଡ଼କାଇ ନେଲେ ଲୋ

 

ମୋ ଜୀବନ

 

ହାତକୁ, ଚନ୍ଧେଇ ଦେଲେ

 

ମୋ ଜୀବନ ।

।୬।

 

 

ଖୁଡ଼ୀ ଯେ ତୋହର ଥିଲା

 

ଅତି ଶରଧାରେ କୋଳକୁ ନେଲା ଲୋ

 

ମୋ ଜୀବନ

 

ବେକୁଁ ‘ଚିନାମାଳୀ’ ଦେଲା

 

ମୋ ଜୀବନ

।୭।

 

 

ଗାଁରେ ପିଉସୀଘର

 

ତତେ ଦେଖିବାକୁ ଶରଧା ତାର ଲୋ

 

ମୋ ଜୀବନ

 

ନୟନୁଁ ବହଇ ନୀର

 

ମୋ ଜୀବନ ।

।୮।

 

 

ମଉଳା ତୋହର ଥିଲା

 

ତୋରାଣି ପିଇବାକୁ ଡ଼କେଇ ନେଲା ଲୋ

 

ମୋ ଜୀବନ

 

କଳାକୁମ୍ଭଶାଢ଼ୀ ଦେଲା

 

ମୋ ଜୀବନ ।

।୯।

 

 

ଚନ୍ଧେଇ-ହସ୍ତାକ୍ଷରବିଶେଷ ।

 

ସାଇ ପଡ଼ିଶାଏ ଥିଲେ

 

ତୋରାଣି ପିଇବାକୁ ଡ଼କେଇ ନେଲେ ଲୋ

 

ମୋ ଜୀବନ

 

ଫରୁଆ ପାନିଆ ଦେଲେ

 

ମୋ ଜୀବନ ।

।୧୦।

 

 

ନୟନେ କଜ୍ଜ୍ୱଳ ଦେଇ

 

ଅଷ୍ଟ ଅଳଙ୍କାର

 

ଖଞ୍ଜିଲି ନେଇ ଲୋ

 

ମୋ ଜୀବନ

 

ତୋହର ତ ‘ବାବୁ’ ନାହିଁ

 

ମୋ ଜୀବନ ।

।୧୧।

 

 

ପୟରେ ଅଳତା ଦେଇ

 

ଲେଉଟି ମୁହଁକୁ

 

ଚାହିଁଲି ମୁହିଁ ଲୋ

 

ମୋ ଜୀବନ

 

ଯାଉଛି ଲୋତକ ବହି

 

ମୋ ଜୀବନ ।

।୧୨।

 

 

ଦକ୍ଷିଣିପିନ୍ଧା, ପାଛୋଡ଼ି

 

‘ ଢ଼େଙ୍କାନାଳ’ ଛତା,

 

କାନ୍ଧରେ ପଡ଼ି ଲୋ,

 

ମୋ ଜୀବନ

 

ଭାଇନନା ଯିବ ଛାଡ଼ି,

 

ମୋ ଜୀବନ ।

।୧୩।

 

ପଲ୍ଲୀର ଏହି ଅକୃନ୍ତ୍ରିମ ସ୍ନେହ ମମତାହିଁ ମାନବଜାତିର ପ୍ରକୃତ ସ୍ୱାଧୀନ ଜୀବନର ଆଦର୍ଶ-। ବାବୁ-ପିତା । ଢ଼େଙ୍କାନାଳର ତାଳଛତା ସୁନ୍ଦର ଥିଲା ।

 

ଯେତେବେଳେ ଅନୁକୂଳ

 

ଠାକୁର ପ୍ରସାଦ

 

ଧଇଲୁ କର ଲୋ

 

ମୋ ଜୀବନ

 

ବୋଇଲି-

 

‘ହେଲୁ ଅଂତର’

 

ମୋ ଜୀବନ ।

।୧୪।

 

 

ଗଉଡ଼ ଯେ ଥିଲେ ତହିଁ

 

ଚିଲ ପରା କରି

 

ନେଲେ ଉଡ଼ାଇ ଲୋ

 

ମୋ ଜୀବନ

 

ଆଉ ତ-

 

‘ଦେଖିଲି ନାହିଁ’

 

ମୋ ଜୀବନ ।

।୧୫।

 

 

 

 

 

 

ମାସ ତିନି ଦିନ ବାଟ

 

କିମିତି ଖାଇବୁ

 

ପ୍ରବାସ ଭାତ ଲୋ

 

ମୋ ଜୀବନ

 

ତୋ କର୍ମେ ଥିଲା ଏ କଷ୍ଟ

 

ମୋ ଜୀବନ ।

।୧୬।

 

 

‘ପଞ୍ଚର’ ତଳେ ମୁଁ ଥାଇ

 

ନିତି ‘ଭଗବତୀ’

 

ଜଣାଉଁଥାଇ ଲୋ,

 

ମୋ ଜୀବନ

 

ମୋ ବନ୍ଧୁ ଆସିବ କାହିଁ ?

 

ମୋ ଜୀବନ ।

।୧୭।

 

ଭଗବତୀ-ସ୍ୱନାମପ୍ରସିଦ୍ଧ ଦେବୀ (ବାଣପୁର, ପୁରୀ) ପଞ୍ଜର-ଝରକା ।

 

ଭାଇନନା (୧)

ଯେଉଁ ଦିନ ଭାଇନନା

 

ଆଣିଗଲୁ ମୋତେ

 

ହାଣ୍ଡିଶାଳେ ବସି ମୁଁ ଯେ

 

କାନ୍ଦୁ ଥିଲି କେତେ ।

।୧।

ଦାଣ୍ଡ ଦୁଆରୁ ତୋ ତୁଣ୍ଡ

 

ଶୁଭିଗଲା ମୋତେ

 

ଲୁହପୋଛି ଭାଇନନା

 

ଚାହିଁ ଦେଲି ତୋତେ ।

।୨।

ହସ ହସ ହୋଇଣ ଯେ

 

ଆସୁଥିଲୁ ତୁହି

 

ଲକ୍ଷେ ଟଙ୍କା ହଜିଥିଲା

 

ପାଇଲି କି ମୁହିଁ ।

।୩।

ଅଡ଼ଙ୍ଗ ଉପରେ ଯେବେ

 

ବସିଲୁ ତୁ ଯାଇ

 

ପିଢ଼ା ପାଣି ମୁହିଁ ନେଇ

 

ଥୋଇ ଦେଲି ତହିଁ ।

।୪।

 

 

ଗୋଡ଼ ଧୋଇ ସାରି ତୁହି

 

ଗାମୁଛା ଧୋଇଲୁ

 

ଶୋଷ କରୁଛି ବୋଲିଣ

 

ପାଣି ତ ମାଗିଲୁ ।

।୫।

 

 

ବଡ଼ ଶୋଷ କରୁଅଛି

 

ବେଗେ ଦିଅ ପାଣି

 

ଧଡ଼ପଡ଼ ହୋଇ ମୁଁ ଯେ

 

ବାଢ଼ିଲି ତୋଡ଼ାଣି ।

।୬।

 

 

ଦରଖିଆ ହୋଇ ସିନା

 

କହିଦେଲୁ ମୋତେ

 

‘କାହିଁକି କାନ୍ଦୁଛୁ

 

ଆସିଅଛି ନେବି ତୋତେ’ ।

।୭।

 

 

ଘଡ଼ିକ ବାଦରେ ମୁହିଁ

 

ଦେଲଟି ଉତ୍ତର-

 

‘‘ଦଶମାସ ହେଲା ମୋତେ

 

କରିଦେଲ ପର ।

।୮।

 

 

ଅଡ଼ଙ୍ଗ-ପିଣ୍ଡା, ବରଣ୍ଡା

 

‘ସାତକୋଶ ଦୂରବାଟେ

 

ଦେଇଛୁ ରେ ମୋତେ

 

ଚାରିମାସେ ଥରେ ମୁଁ ଯେ

 

ଦେଖୁଥାନ୍ତି ତୋତେ ।

।୯।

 

 

‘କୁହି ପରା ଭାଇନନା

 

ଛାଡ଼ି ଦେଇଗଲୁ

 

ଲେଉଟି ଥରେ ତ ଆଉ

 

ଶଙ୍ଖୋଳି ନଇଲୁ ।

।୧୦।

 

 

‘କହିଲୁ ସର୍ବଦା ବୋଉ

 

ତଡ଼ୁଥାଏ ମୋତେ

 

ଆଡ଼ତ ତ ଲାଗୁଥାଏ

 

ଆସନ୍ତି କେମନ୍ତେ’’ ।

।୧୧।

 

 

ନଣନ୍ଦ ହାତରେ ମୁଁ ଯେ

 

କହି ପଠାଇଲି

 

ଭାଇନା ଆସିଚି ମୋର

 

ଯିବି ତ ବୋଇଲି ।

।୧୨।

 

 

ତା’ ଶୁଣି ଯେ ଦେଢ଼ଶୁରେ

 

ନାହିଁ କରି ଦେଲେ

 

ପଛନ୍ତରେ ଶାଶୁ ମୋରେ

 

କେତେ ଚଳି ହେଲେ ।

।୧୩।

୧୧ । ଆଡ଼ତ-କାର୍ଯ୍ୟ ।୧୩। ଚଳି-ବିରକ୍ତ ।

ପୁନିଅଁ ବାହାର କଣ୍ଟ

 

କେଣିକି ତରେ ଗଲା

 

ଉଆଁସ ବାହାର କଣ୍ଟ

 

ନିକଟ ହୋଇଲା ।

।୧୪।

ଦାଣ୍ଡଲୋକେ ଭାଇନନା

 

କହନ୍ତି ରେ ସବୁ

 

ଜନ୍ମ କଲା ମାଆ ତାର

 

ଅଛି ଟିକି ବାବୁ ?

।୧୫।

ସବୁବେଳେ ତଳ କୁ ତ

 

ମୁଣ୍ଡ ପୋତିଥାଇ

 

ଯେ ଯାହା ବୋଇଲେ ତାହା

 

ଦିଏ ଫୋପଡ଼ାଇ ।

।୧୬।

ଏ କବିତା ମୋର ଜନନୀଙ୍କଠାରୁ ସଂଗ୍ରହ କରି ନାହିଁ ।

 

ଭାଇନନା (୨)

ଅଟନ୍ତି ସିଦ୍ଧେଶ୍ୱରୀ

 

ତୋର ଜନନୀ

 

ତାଙ୍କୁ ଦର୍ଶନ କରି

 

ହେଲୁ ମେଲାଣି ।

।୧।

ଅତି ଦୁର୍ଗମ ପଥ

 

ଲଂଘି ଅଇଲୁ

 

ରଜନୀ କାଳେ ଆସି

 

ପ୍ରବେଶ ହେଲୁ ।

।୨।

ହେଲୁ ତୁ ନମସ୍କାର

 

ସଭିଙ୍କୁ ଚାହିଁ

 

କଲେ କଲ୍ୟାଣ ତୋରେ

 

ସମସ୍ତେ ହୋଇ ।

।୩।

ତୋରେ ଦେଖିଣ ସବୁ

 

ଆନନ୍ଦ ହେଲେ

 

ଭାଇ ଆସିଛି ବୋଲି

 

ମୋରେ କହିଲେ ।

।୪।

 

 

ଜାଣିଲି ଭାଇନନା

 

ଆସିଛି ମୋର

 

ଘୋର ଦାରୁଣ ଦୁଃଖ

 

ଯିବ ପାଶୋର ।

।୫।

 

 

ଚରଣ ଧୋଇ ଘରେ

 

ଗଲୁ ତୁ ପଶି

 

ଆକାଶ ଚନ୍ଦ୍ରମା କି

 

ଉଇଁଲା ଆସି ।

।୬।

 

 

କୋଇଲି କଂଠସ୍ୱରେ

 

କହୁ ତୁ କଥା

 

ଛାଡ଼ିଲି ଘୋର ଦୁଖ

 

ସକଳ ଚିନ୍ତା ।

।୭।

 

 

ସେଠାରୁ ଭାଇନନା

 

ପାଖକୁ ଗଲୁ

 

ଟିକିଏ ଦୂରେ ଛିଡ଼ା

 

ହୋଇ ରହିଲୁ ।

।୮।

 

 

କାନ୍ଦିଲି ଭାଇନନା

 

ତୋ ମୁଖ ଚାହିଁ

 

ବୋଇଲି ‘ବୋଉ ଛାଡ଼ି-

 

ରହିଛି କାହିଁ ?

।୯।

 

 

‘ଦୁଖ ପାଇବି ବୋଲି

 

ଜାଣି ନ ଥିଲି

 

‘ନିରାଶ ହୋଇ ୟାଙ୍କ

 

ଘରେ ରହିଲି’’ ।

।୧୦।

 

 

ସେଠାରୁ ଭାଇନନା

 

ଦେଲୁ ଉତ୍ତର

 

ବୋଇଲୁ-‘କେଉଁ ଦୁଖ-

 

ହୋଇଛି ତୋର ?

।୧୧।

 

 

ପନ୍ଦର ଦିନ କାଳ

 

ରଖାଇ ତୋତେ

 

ନିଶ୍ଚେ ଛାଡ଼ିବୁ ବୋଲି

 

କହିଲେ କେତେ ।

।୧୨।

 

 

 

 

ସମସ୍ତେ ଏକ ଠାବେ

 

ବିଚାର ହେଲେ

 

ନିଠୁର ବଚନରେ

 

ତୋରେ କହିଲେ ।

।୧୩।

 

 

କହନ୍ତି ଦେଢ଼ଶୁରେ

 

ନିଠୁର ବାଣୀ

 

ଦେଖା ନ ଦେଇ ତାରେ

 

ହୁଅ ମେଲାଣି ।

।୧୪।

 

 

ସେଠାରୁ ଭାଇନନା

 

ପାଖକୁ ଗଲୁ

 

‘ଚାରି ମାସ ଗଲେ ତୁ

 

ଯିବୁ’ ବୋଇଲୁ ।

।୧୫।

 

 

କାନ୍ଦିଲି ଭାଇନନା !

 

ମୁଖକୁ ଚାହିଁ,-

 

‘ଆହୁରି କହ ଅବା

 

ଦେବେ ପଠାଇ’ ।

।୧୬।

 

 

 

 

ସେଠାରୁ ଭାଇନନା

 

ହେଲୁ ବାହାର

 

ସଂଗରେ ଦେଢ଼ଶୁରେ

 

ଥିଲେ ତୋହର ।

।୧୭।

 

 

ବସି ଯେ ଥିଲେ ସବୁ

 

ବସିଲୁ ଯାଇ

 

ବାଟଖରଚ ଲୁଗା

 

ଦେଲୁ ପଠାଇ ।

।୧୮।

 

 

କହନ୍ତି ଦେଢ଼ଶୁରେ

 

ନାସ୍ତିକ ଲୋକ

 

କାଲି ସକାଳୁ ନିଅ

 

ତୁମ ସଙ୍ଗତ ।

।୧୯।

 

 

ଦେବ ଜନନୀ ଗାଳି

 

ନୋହିଲି କାହିଁ

 

କେତେ ମୁଁ କାମ ଛାଡ଼ି

 

ରହି ଅଛଇଁ ।

।୨୦।

 

 

 

 

ଝିଅକୁ ନେଲେ ସିନା

 

କହନ୍ତି ଯାଇ

 

ରହି ଯେ ଥିଲି ୟାକୁ

 

ଆଣିବା ପାଇଁ ।

।୨୧।

 

 

ସେଦିନ ଭାଇ ନନା

 

ଦାଣ୍ଡେ ରହିଲୁ

 

ରାନ୍ତ୍ର ପାହିଲା କ୍ଷଣେ

 

ଘରକୁ ଗଲୁ ।

।୨୨।

 

 

ଗାଧୋଇ ଆସି ମୁଁ ଯେ

 

ଖୋଜଇ ଘର

 

ଘର ବାହାର ଖୋଜି

 

ମେଲା ଉପର ।

।୨୩।

 

 

ତହୁଁ ଖୋଜିଲି ଯାଇ

 

ମଣ୍ଡପ ପର

 

ଦେଖିଲି ଭାଇ ନାହିଁ

 

ଠାବ ଭିତର ।

।୨୪।

 

 

 

 

ଓଦା ଲୁଗା ଯେ ମୁହିଁ

 

ପାଲଟି ନାହିଁ

 

ଓଦା ଲୁଗାରେ କାନ୍ଦେ

 

ମୁଁ ଠିଆ ହୋଇ ।

।୨୫।

 

 

ଏକୁ ଆରେକ ଚାହିଁ

 

କହନ୍ତି ମୋତେ

 

ତୋହର ଭାଇ ଅଛି

 

କାନ୍ଦୁ ଛୁ କେତେ ?

।୨୬।

 

 

ତେଣୁ ଶାଶୁଏ ଆସି

 

କହନ୍ତି ବାଣୀ-

 

ତୋହର ଭାଇ ଅଛି

 

କାନ୍ଦୁଛୁ ପୁଣି ।

।୨୭।

 

 

‘ଅନୁକୂଳ ଯେ କରି

 

ଅଛନ୍ତି ଦାଣ୍ଡେ

 

‘ଭୁଂଜି ସାରିଲେ ଯିବୁ

 

ତାଙ୍କରି ସଙ୍ଗେ ।

।୨୮।

 

 

 

 

ହରଷମନେ ଲୁଗା

 

ପାଲଟି ଦେଲି

 

ଚର୍ଚ୍ଚିକା ଠାକୁରାଣୀ

।୨୯।

ରଖ ବୋଇଲି ।

 

 

 

କ୍ଷଣିକ ପରେ ଜାଣି

 

ହେଲି କାତର

 

ଅଭିମାନେ ଫେରିଛି

 

ଭାଇନା ମୋର ।

।୩୦।

 

ଏହା ବାଙ୍କି ଅଞ୍ଚଳର କବିତା ।

 

ଗୁରସ୍ତ ସୁଆଗି*

ରଜନୀ ଶେଷେଣନିଦ୍ରା ଉଚ୍ଚେବନ

 

ପଲଙ୍କେ ‘ରାଧା’ ପହୁଡ଼ି

 

ନିଶି ପାଇ ବେଳଘଡ଼ିଏ ହୋଇଲା

 

ଝିଅକୁ ତୋଳଇ ବୁଢ଼ୀ ।

।୧।

 

 

‘ଉଠୁ ଲୋ ଝିଅ !ରାଧାକୁ ତୋଳି ଦିଅ

 

କେତେ ଲୋ ଯାଇଛି ନିଦ ?

 

ଗିରସ୍ତ ଚେଡ଼ପଏହା ନ ଜାଣଇ

 

ବାହେ ବାନ୍ଧିଥାଏ ବିଦ ।

।୨।

 

୧-ଉଚ୍ଚେବନ-ଗାଢ଼ । ୨-ଚେଡ଼ିପ-ଏକ ଗାଳି, ଭାରଦା (ଦାସୀ ପୁନ୍ତ୍ର) ।

ବାହେ-ବାହୁରେ ।

ଜୀବନଯାପନର ପାର୍ଥକ୍ୟ ଉପରେ ସ୍ୱଭାବ ନିର୍ଭର କରିଥାଏ । କେଉଁଠି ନାରୀ ଶାଶୁ ନଣନ୍ଦଙ୍କ ଅତ୍ୟାଚାର ସହ୍ୟ କରିଥାଏ । ଅର୍ଥାତ୍ ଟିକିଏ ତଳକୁ ଖସି ଆସିଲେ, ବର୍ଣ୍ଣିତ କବିତାର ନାୟିକା ପରି ନିର୍ଭୀକ ଜୀବନ ମଧ୍ୟ କଟାଇପାରେ । ଏହା ଯେସାକୁ ତେଷା ନୀତିର ଏକ ପ୍ରକୃଷ୍ଟ ଉଦାହରଣ ।

 

 

ଏହି ଗୋପପୁରେ

 

ଯେତେ ଗୋପୀ ଥିଲେ

 

ନିତ୍ୟକର୍ମ୍ମମାନ କଲେ;

 

ଯେଝା ସୁଖେ ଯେଝା

 

ନିତ୍ୟକର୍ମ୍ମ ସାରି

 

ଦଧି ବିକିବାକୁ ଗଲେ

।୩।

 

 

ଆମ ଘର ବୋହୁ

 

ନିଦ୍ରା ଯାଇଅଛି

 

ଖଟ ଶେଯମାନ ପାଡ଼ି

 

କଥାଏ କହିଲେ

 

ବଳିକି ଧାଇଁବ

 

ଉପରକୁ ପଡ଼ିବ ମାଡ଼ି ।

।୪।

 

 

ତୁଣ୍ଡୁ ତୁଣ୍ଡୁ ଶୁଣି ରାଧା ଠାକୁରାଣୀ

 

ପଲଙ୍କ ଉପରେ ବସି

 

ରାମ ନାମ ପଦ ଗୋବିନ୍ଦ ସୁମରି

 

ଅଳପ ମନରେ ହସି ।

।୫।

 

ପାଡ଼ି-ପକାଇ, ବିଛାଇ । ତୁଣ୍ଡ ତୁଣ୍ଡ-କୁହାକୋହି ଗୋଳମାଳ ।

ରାଧିକା ବୋଇଲେ-

 

‘‘ଧର୍ମ ! ପାରି କର,

 

ସକାଳୁ କଳିକି ସଜ,

 

ଏଡ଼େ ସକାଳୁ ଯେ

 

କଳି ଭିଆଉଛ

 

କିଯୋଗ ପଡ଼ିବ ଆଜ ?’’

।୬।

ବୁଢ଼ୀ ବୋଲେ ଝିଅ !

 

ବୋହୁକୁ ଡ଼ରିଣ

 

କେତେ ଲୋ କରିବା ଘର,

 

ଚ୍ୟାଇଁ କରି ଯେବେ

 

କଳିକି ଧାଇଁଲା

 

ବିଧା ଗୋଟା ଚାରି ମାର’’

।୭।

ଝିଅ ବୋଇଲା-ମାଆ !

 

ଉଞ୍ଚରେ ସେ ବଡ଼

 

ବଇଷରେ ସାନ

 

କେମନ୍ତେ ମାରିବି ତାକୁ,

 

‘‘ଆର ଥର ‘ରାଧା’’

 

ବିଧାଏ ମାରିଛି

 

ବଥାଉଅଛି ମୋ ବୁକୁଁ’’ ।

।୮।

 

୮ ରାଧା- ଅନୟା ରାଧିତୋ ନୁନଂ ଭଗବାନ୍‌ ହରିରୀଶ୍ୱରଃ

ଯନ୍ନୋ ବିହାୟ ଗୋବିନ୍ଦଃ ପ୍ରୀତୋ ଯାମନୟ ଦ୍ରହଃ ।

 

ରାଧିକା ବୋଇଲେ-

 

‘‘ମାରିବ ବୋଲୁଚ

 

କେଉଁ ଅପରାଧ କଲି

 

ବଡ଼ ଘର ବୋଲି

 

ଟଂକା ସୁନା ଯାକ

 

ସାଇ ପଡ଼ିଶାରେ ଦେଲି’’?

।୯।

 

 

--‘‘ଗଉଡ଼ ବାଉଡ଼

 

ଘର ଲୋ ମୋହର

 

ମୁଁ କାହୁଁ ଆଣିବି ଧନ ।

 

ବଡ଼ଘର ବୋଲି

 

ଗଣିତ ଲୋଡ଼ୁଚୁ

 

ତହିଁ ନ ସରିବ ଦିନ ।

।୧୦।

 

 

ବୁଢ଼ୀ ବୋଇଲା-ଆଲୋ !

 

ରାଣ୍ଡର ଝିଅ ତୁ

 

ଏ ବୋହୁ ଘେନି ମୁଁ

 

କି ଘର କରିବି

 

ଭିନେ ହୋଇଯିବି ବାବୁ ?

।୧୧।

 

ରାଧିକା ବୋଇଲେ- ‘‘ଭିନେ ନୁହଁ ଯେବେ ପୁଅଙ୍କ ଶପଥ ତୋତେ ତୁ ନ ଯୋଗାଉ ମୋ ମନକୁ ଲୋ, ମୁଁ ନ ଯୋଗାଏ ତୋତେ ।

ଏମନ୍ତ ମାନ ବୋଲା ବୋଲି ହୁଅନ୍ତ

 

ଗଉଡ଼ ଗୋଗୋଷ୍ଠୁଁ ଆସି

 

‘ମାଆ, ମାଆ’ ବୋଲି ଡ଼ାକ ପକାଇଲା

 

କବାଟ ଫିଅଲୋ ଆସି-

 

କବାଟ ଫେଇଲୋ ଦିଅ

 

ଦୁଧ ଭାର ମାନ-ଫୁଟି ପଡ଼ୁଅଛି

 

ଘର ଭିତରକୁ ନିଅ ।

।୧୨।

 

 

ପୁଅ ତୁଣ୍ଡ ଶୁଣି

 

ମାଆ ଧାଇଁଗଲା

 

କବାଟ ଯେ ଫେଇ ଦେଲା ।

 

ଦୁଧ ଭାରମାନ

 

ଫୁଟି ପଡ଼ୁଥିଲା

 

ଘର ଭିତରକୁ ନେଲା ।

।୧୩।

 

 

ମାଆ ଝିଅ ପୁଅ-ତିନିହେଁ ମଉନ

 

ନ୍ତ୍ରୋଧଭର ହୋଇ ବସି

 

ଭିତରେ ଥିଲେ ଯେରାଧା ଠାକୁରାଣୀ

 

ତୁଣ୍ଡ ଶୁଣାଇଲେ ହସି ।

।୧୪।

 

 

ଗଉଡ଼ ବୋଲେ ‘‘ ‘ଖର’

 

ଏ ମାଆ ମଲେ ମୁଁ ଭଲ ହୁଅନ୍ତି

 

ଏହି ଭାଙ୍ଗୁଛି ମୋ ଘର ।’’

।୧୫।

 

 

ଗଉଡ଼ ବୋଲେ-‘‘ଖଙ୍ଗ

 

ନିରନ୍ତର ଘରେ କଳି ଭିଆଇଛ

 

ଲୋକେ ଦେଖୁଛନ୍ତି ରଙ୍ଗ’’ ।

।୧୬।

 

 

ଝିଅ ଗୋଟିଏ ଲୋଜାତ କରିଅଛୁ

 

ନ କରଇ ମୋର ବୋଲ

 

ତାହା କଥା ମୋତେ ଅତି ଅଗୋଚର

 

ସେ ମୋତେ ହୋଇଲା ସଇ ।

।୧୭।

 

 

ସେ ଯେବେ ବାବୁ ରେ-

 

ତୋତେ ସଇ ହେଲା

 

ଏଇ ମାସେ ବିଭା କର

 

ସେ ଯାଉ ଘରୁ

 

ମୁଁ ଯାଏ ଘରୁ

 

ତୁମେ ଦୁହେଁ କର ଘର ।

।୧୮।

 

 

ରାଧାଙ୍କ ପ୍ରତି-

 

ନନ୍ଦ ମୋର ଜ୍ୱାଇଁ

 

ଯଶୋଦା ମୋ ଝିଅ

 

ତା ପୁଅ ମୋର ନାତି

 

ତୋର ଭଣଜା

 

ପୁଅର ଭଣଜା

 

ତା ସଙ୍ଗେ କଲୁ ପୀରତି ।

।୧୯।

 

 

ଯୁବା ତିରୀ ହୋଇ

 

କେମନ୍ତେ ରସିଲ

 

କାଲି କଅଁଳା ପୁଅକୁ

 

ସେ ପୁଣି ତୋତେ

 

କେମନ୍ତେ ରସିଲା

 

ଭଲା ଭୁଲାଇଲୁ ତାକୁ ?

।୨୦।

 

୨୦-‘‘ରେମେ ତୟା ସ୍ମାତ୍ମ ରତ ଆତ୍ମାରାମୋଽପ୍ୟଖଣ୍ଡିତଃ

କାମିଳାଂଦର୍ଶୟନ୍‌ ଦ୍ୟେନ୍ତି ସ୍ମରାଂଚୈବ ଦୁରାତ୍ମତାଂ ।’’

 

ଏମନ୍ତ ମାନ ବୋଲା ବୋଲି ହୁଅନ୍ତେ

 

ଶ୍ରୀକୃଷ୍ଣ ଗୋଗୋଷ୍ଠୁଁ ଆସି

 

ମାମୁ ମାମୁ ବୋଲି ଡ଼ାକ ପକାଇଲେ

 

କବାଟ ଫିଅ ହେ ଆସି ।

 

କବାଟ ଫେଇ ହେ ଦିଅ

 

ଦୁଧ ଭାରମାନ

 

ଫୁଟି ପଡ଼ୁ ଅଛି

 

ଘରଭିତରକୁ ନିଅ ।

।୨୧।

 

 

ରାଧିକା ବୋଇଲେ-

 

ଗୁରସ୍ତ ଅଇଲେ (?)

 

ତୁମ୍ଭେମାନେ ନୁହଁ କିଛି

 

ମାଇଁ ଭଣଞ୍ଜାରେ

 

ଅଘଟ ଘଟେଇ

 

ଏତେ ତୁମ ଘରେ ଅଛି ।

।୨୨।

 

 

ଏମନ୍ତ ଚାଟୁ ଶୁଣନ୍ତେ ଚନ୍ଦ୍ରଶେଣା

 

ଧଇଲା ରାଧାର ହାତ,

 

ବୋଇଲା ରାଧାଲୋ ! ଗାଧୋଇ ଯାଉଚି

 

ବେଗେ ତୁ ରାନ୍ଧ ଯା ଭାତ ।

।୨୩।

 

 

ମୁଣ୍ଡେ ହାତ ଦେଇ ବୋଲେ ବୁଢ଼ୀ-

 

ମୋତେ ତ ମରଣ ନାହିଁ,

 

ବନ୍ଧୁ କୁଟୁମ୍ବ ମୋ ଜୀଉଁ ଜୀଉଁ ମଲେ

 

ପଳେଇ ପଶିବି କାହିଁ ?

।୨୪।

 

୨୩-ଦୋଳ ପୁନିଅଁ ଫଗୁ-ଯେ ଯା’ର ସେ ତା’ର କହିଲା ଲୋକ ଲଘୁ ।

 

ହେ ନୂଆବୋହୂ

କାଠିଆ କଦଳୀ ଫେଣିକି ପାଚେ

 

ହେ ନୂଆବୋହୂ

 

ବଡ଼ ନନା ଡ଼ାକ ଶିରରେ ନାଚେ

 

ହେ ନୁଆବୋହୁ ।

।୧।

 

 

ଆଳୁ ପତରିଆ ‘ମହତା’ ପାନ

 

ହ ନୂଆବୋହୂ

 

ଆଉ କି ଦେଖିବ ଜନମ ଥାନ

 

ହେ ନୁଆବୋହୂ ।

।୨।

 

 

ନୁଆ ଖଡ଼ଖଡ଼ି ଛଅ ଗଉଡ଼

 

ହେ ନୂଆବୋହୁ

 

ନନା ବିଜେ କଲେ କନକା ଗଡ଼

 

ହେ ନୂଆବୋହୂ ।

।୩।

 

 

ଚକୁଳି ପିଠା ତ ଅଣ ଲେଉଟା

 

ହେ ନୂଆବୋହୁ

 

 

 

ଆଉ କି ଦେଖିବି ଜନମ କୋଠା

 

ହେ ନୂଆବୋହୁ ।

।୪।

 

ମହତା-ବଡ଼ପାନ । ଖଡ଼ଖଡ଼ି-ସବାରି । କନକା-କନିକାରାଜ

 

ଯେମା ମେଲାଣି

ଏଥୁ ଅନ୍ତେ ବହନ

 

ବର କନ୍ୟା ଗମନ

 

ଅତି ନ୍ତ୍ରୋଧଭରେ ଯେମା

 

କଲେ ରୋଦନ ।

।୧।

ସାଇ ପଡ଼ିସା ଭାରି

 

ତାଙ୍କୁ ପ୍ରବୋଧ କରି

 

ନ କାନ୍ଦ କାନ୍ଦ ସେମା

 

ରୋଦନ କରି ।

।୨।

ଶୁଣି ଜନନୀ ଧାଇଁ

 

ଝିଅ କୋଡ଼େ ବସାଇ

 

ଆହା ମୋ ଦୁଲଣୀ ତୋତେ

 

ମୁର୍ଚ୍ଛିବି କାହିଁ ?

।୩।

ଯେମା ବୋଲନ୍ତି ମାତ

 

ପାଳି ଥିଲ ବହୁତ

 

ଜାଣି ଜାଣି ଦୁର ଦେଶେ

 

ମେଲି ଦେଉଛ ।

।୪।

 

 

ମାଆ, ମାଉସୀ, ଖୁଡ଼ୀ-

 

ନ୍ତ୍ରୋଧେ ବୋଲନ୍ତି ବାଣୀ

 

ଯିବାଖଣ୍ଡି ସତ ଝିଅ

 

ନ ଭାଳ ପୁଣି ।

।୫।

 

 

ନ୍ତ୍ରୋଧେ ବୋଲଇ ପିତା

 

ଆଲୋ ଶୁଣ ଦୁହିତା

 

ଯାହା ତୋ କରମେ ଲେଖି-

 

ଅଛି ବିଧାତା ।

।୬।

 

 

ଖୁଡ଼ୀ ବୋଲେ ଝିଆରି

 

କର୍ମେ ଅଛି ତୋହରି

 

କର୍ମେଥିଲେ ଝିଆରି ଲୋ

 

ଆସିବୁ ଫେରି ।

।୭।

 

 

ଖୁଡ଼ୁତାଙ୍କ ଅଗ୍ରତେ

 

ଯେମା କହିଲେ ଯେତେ

 

ଖବର ଅଂତର ଦେବ

 

ବାରିକ ହାତେ ।

।୮।

 

 

ଜେଠା, ଜେଠାଇ ଶୁଣ

 

ତୁମ୍ଭେ କେଡ଼େ ଦାରୁଣ

 

ଜାଣୁ ଜାଣୁ ଦୁର ଦେଶେ

 

ଦେଲ ଆପଣ ।

।୯।

 

 

ମାମୁଁ-ମଉଳା, ମାଇଁ-

 

ମତେ ଦେଲ ଭସାଇ

 

ମେଲି ଦେଲ ସିନ୍ଧୁ କୂଳ

 

ସାଗରେ ନେଇ ।

।୧୦।

 

 

ଜ୍ୟେଷ୍ଠ ଭାଇଙ୍କ ହସ୍ତ

 

ଯେମା ଧରି ତୁରିତ

 

ଆହା, ଆହା, ଭାଇ

 

ନକରିବୁ ଅନାସ୍ତ ।

।୧୧।

 

 

ତୁମ୍ଭେ ଭାଇ ସୋଦର-

 

ବାଣି ଶୁଣ ମୋହର

 

କରିବ ନାଁ ମତେ ଏବେ

 

ଗେଲ ବସର ।

।୧୨।

 

 

 

 

ଭାଇ ବୋଲେ-ଭଉଣି,

 

ତତେ ଯିବି ଲୋ ଆଣି

 

କାହିଁକି ମନରେ କରୁ

 

ଏଡ଼େ ଭାଳେଣି ।

।୧୩।

 

 

ତତେ ଡ଼ୋଲା ଚଢ଼ାଇ

 

ଘେନି ଆସିବି ଯାଇ

 

ଶାଶୁ ଘରେ ଥିବୁ ଦୁଃଖ

 

ସନ୍ତାପ ସହି ।

।୧୪।

 

 

ତେଣୁ ଯେମା ଚଳିଗଲେ

 

‘ବୋଉ’ ପାଶେ ମିଳିଲେ

 

ମୁଖେ ମୁଖ ଦେଇ ଯେମା

 

ରୋଦନ କଲେ ।

।୧୫।

 

 

ବୋଉ-ବଡ଼ ଭାଉଜକୁ କହିଥାନ୍ତି ।

 

ବୋଉ’ ବୋଲେ ’’ନଣନ୍ଦେ-

 

ମୁଁ ଯେ କହିବି ପଦେ

 

ଟହ ଟହ ନହସିବ-

 

ଗୁରସ୍ତ ଆଗେ ।

।୧୬।

 

 

‘‘ସେ ଯେ ଶାଶୁ ଶଶୁର,-

 

ତାଙ୍କୁ କରିବ ମୋର

 

ତାଙ୍କୁ ମୋର କଲେ ଯେମା

 

କରିବ ଘର ।

।୧୭।

 

 

‘‘ନିଜ ଗୁରସ୍ତ ଠାଇଁ

 

ଆଶା ଥିବ ଲଗାଇ

 

କଥା ନକହିବ ଯେମା

 

ମୁହଁକୁ ଚାହିଁ ।

।୧୮।

 

 

‘‘ସେ ଯେ ଦିଅର ଭାବ

 

ଗେଲ ହାତେ ମାରିବ

 

ସେ କଥାକୁ ଯେମା ଆଉ

 

ରୋଷ ନୋହିବ ।

।୧୯।

 

 

ଟାହି ଟାପରା ଲୋକେ

 

ଯେ ଯେ କହନ୍ତି ଥୋକେ

 

ସବୁ ସହିନେବ ପ୍ରେମା

 

ଗଜ ପଲଙ୍କେ ।

।୨୦।

 

୧୭ ଓ ୧୮- ନାରୀ ନିଜର ସୈାନ୍ଦର୍ଯ୍ୟକୁ ଯେତେ ଲୁଚାଏ ତା ପ୍ରତି ଆକର୍ଷଣ ସେତେ ଅଧିକ ବଢ଼ିଯାଏ । ଭାଉଜ ନିଜ ଅନୁଭବ ନଣନ୍ଦକୁ ସମଝାଇଛନ୍ତି ।

ଶିକ୍ଷା ହିସାବରେ-‘ଶୁଶ୍ରୁଷସ୍ମ ଗୁରୁନ୍‌’

‘‘ଭର୍ତ୍ତୃ ବି ର୍ପ୍ର କୃତାପି ରୋଷଣତୟା ମାସ୍କ ପ୍ରତୀପଂ ଗମଃ’’-

 

ତୁମ୍ଭେ ଥାଅ ଏଠାର

 

ଏବେ ଯାଉଛି ମୁହିଁ

 

କାହାକୁ ଡ଼ାକିବି ଆସ

 

ଯିବା ଗାଧୋଇ ।

।୨୧।

 

 

ଆହା ସଂଗାତ ସଖି-

 

ଦୟା ଥିବଟି ରଖି

 

ନୟନୁଁ ନରହେ ନୀର

 

ତୁମ୍ଭଙ୍କୁ ଦେଖି ।

।୨୨।

 

 

ଆହା ଚମ୍ପା ବଉଳ

 

ତୁମେ ଆମରି ମେଳ

 

ଆଜିଠାରୁ ଛିଡ଼ିଗଲା

 

ବେନିଙ୍କ ଖେଳ ।

।୨୩।

 

 

 

 

ଆହା କଷି କାକୁଡ଼ି

 

ମୁଁ ତ ଯାଉଛି ଛାଡ଼ି

 

ମନରେ ପକାଉ ଥିବ

 

ଘଡ଼ିକି ଘଡ଼ି ।

।୨୪।

 

 

ମିଶି ଯେ ସର୍ବ ବାଳୀ

 

ଦେଲେ ଯେ ହୁଳହୁଳି

 

ଆଜିଠାରୁ ଛିଡ଼ିଗଲା

 

ଯେମାଙ୍କ ଅଳି ।

।୨୫।

 

 

ଥୋକେ ‘କୋକିଳ’ କହି

 

ବୁଦ୍ଧି ତ ଦିଶୁନାହିଁ

 

ଶ୍ରୀ ପାଦ ପଦ୍ମରେ ଚିତ୍ତ

 

ରହିଲା ଯାଇଁ ।

।୨୬।

 

କୋକିଳ-କବିଙ୍କ ନାମ-ସେ ଜଣେ ସ୍ତ୍ରୀ ।

କବିତାଟି କଟକ ଅଂଚଳର କନିତା । କାଳନ୍ତ୍ରମେ ନରସିଂହପୁରକୁ ଆସିଥିଲା

 

ସତୀ

ତୁନିକା ରୁପରେ ନାରୀ

 

ଥିଲାଟି ମନ୍ଦିର

 

ସବୁ ସିନା ଆରଦୋଳି

 

କରୁଥିଲା ତାର ।

।୧।

 

ତୁନିକା ରୁପରେ-ନୀରବ ଭାବରେ । ଆରଦୋଳି-କର୍ତ୍ତବ୍ୟ କାର୍ଯ୍ୟ ।

 

ଠକଆର ପ୍ରାୟ ନାରୀ

 

ଦାଣ୍ଡକୁ ଦିଶଇ

 

ଖଂଜିଥିଲା ବିହି ତାକୁ

 

ଏକ ଆତ୍ମା ଦେଇ ।

।୨।

 

 

ହୃଦୟ ଭିତରେ ନାରୀ

 

କରିଥାଇ ଚିନ୍ତା

 

ରାନ୍ତ୍ର ଦିବସ ନାରୀ

 

ପୋତିଥାଇ ମଥା ।

।୩।

 

 

 

 

ହୃଦୟ ଭିତରେ ନାରୀ

 

କରୁଥାଇ ଶୋକ

 

ପଚାରିଲେ ଦେଉଥାଇ

 

ଝିଅ ଉପଲେଖ ।

।୪।

 

 

ହୃଦୟ ଭିତରେ ନାରୀ

 

ଚିନ୍ତା କରିଥାଇ

 

ବିଚ୍ଛେଦ ପଡ଼ିଲା ବୋଲି

 

ମନେ ବିଚାରଇ ।

।୫।

 

ଠକଆର-ଅନ୍ୟ ଗଠନ-ସ୍ୱତନ୍ତ୍ର ରୂପ ।

୨ ଅର୍ଦ୍ଧ ଭାର୍ଯା ମନୁଷ୍ୟର ଭାର୍ଯା ଶ୍ରେଷ୍ଠତମଃ ସଖା । (ମହାଭାରତ)

(ବାର୍ଦ୍ଧକ୍ୟରେ ସୁଦ୍ଧା ଯେଉଁ ପ୍ରେମର ମାଧୁର୍ଯ୍ୟ ଲୋପ ହୁଏ ନାହିଁ ।)

ନାର୍ଯାଃ ପତିର୍ଗତ ଭର୍ତ୍ତା ତପଶ୍ଚ ପରମଂ ପତିଃ

ଦୈବତଂ ଗୁରୁ ଭାର୍ଯାଶ୍ଚ-ପତିଃ ସ୍ତ୍ରୀଣାଂ ପରଂପଦଂ ।(ପଦ୍ମ)

ପତ୍ୟୁଃ ପ୍ରେମାହି ନାରୀଣାଂ ପରଂ ସୈାଭାଗ୍ୟମୁଚ୍ୟତେ ।

ଯନ୍ତ୍ର ଜରସା ଯସ୍ମିନ୍ନହାର୍ଯୋ ରସଃ ।(ଭବଭୁତି)

 

 

 

 

(ଖ)

ସଂକଟ ପଡ଼ିଲା ନାରୀ

 

ବିଚାରିଲା ମନ

 

ସନ୍ନପାତ ଦେଲା ନାରୀ

 

ହେଲା ଛନଛନ ।

।୬।

ମନେ ବିଚାରିଲା ନାରୀ

 

ପଡ଼ିଲା ସଂକଟ

 

ମୃତ୍ୟୁ ହେଲା ତାଙ୍କରି ଯେ

 

ତୁଟିଗଲା ଘଟ ।

।୭।

ଉଜାଗରେ ଥିଲା ନିଶି

 

ସ୍ନାହାନକୁ ଗଲା

 

ବସନ ପାଲଟି ଗୋଡ଼

 

ତଳରେ ବସିଲା ।

।୮।

ଏଥିରୁ ଉଦ୍ଧାର କର

 

ପତିତ-ପାବିନୀ

 

ତିନିକୁଳ ଉଦ୍ଧରିବି

 

ତରିବି କାମିନୀ ।

।୯।

 

      ପ୍ରଥମଂ ସଂସ୍ଥିତା ଭାର୍ଯା ପତିଂ ପ୍ରେତ୍ୟ ପ୍ରତୀକ୍ଷତେ

ପୂର୍ବ ମୃତଞ୍ଚ ଭର୍ତ୍ତାରଂ ପଶ୍ଚାତ୍‌ ସାଧ୍ୱନୁଗଚ୍ଛତି ।(ମହାଭାରତ)

ନ ପିତା ନାତ୍ମଜୋ ନାତ୍ମ ନ ମାତା ନ ସଖୀଜନଃ

ଇହ ପ୍ରେତ୍ୟ ଚ ନାରୀଣାଂ ପତିରେକୋ ଗତିଃ ସଦା ।(ରାମାୟଣ)

(ପତିବ୍ରତା ଆଗେ ମଲେ ସ୍ୱାମୀକୁ ଅପେକ୍ଷା କରେ ସ୍ୱର୍ଗରେ, ଅଥବା ସେ ଥାଉଁ ପତି ମଲେ ତାର ସହମୃତା ହୁଏ । ମହାଭାରତ)

 

ଏଥିରୁ ଉଦ୍ଧାର କର

 

ପତିତପାବନ

 

ସଂଗରେ କୁମର ଥିବ

 

ଅଗ୍ନିରେ ଦହନ ।

।୧୦।

 

 

ମୁଖେ ଅଗ୍ନି ଦେଇ ବଳା

 

ଲେଉଟି ଆସିବ

 

ସପତ ପୁରୁଷ ଭାଗ୍ୟ

 

ସେଠରେ ଦିଶିବ ।

।୧୧।

 

ସ୍ୱାମୀ କର୍ତ୍ତା ଚ ହର୍ତ୍ତା ଚ ଶାସ୍ତା ପୋଷ୍ଟା ଚ ରକ୍ଷିତ ।

ଅରିଷ୍ଟ ଦେବଃ ସୁଜ୍ୟଶ୍ଚ ନ ଗୁରୁ ସ୍ୱାମିନଃ ପରଃ

କନ୍ୟା ସତ୍‌କୁଳଜାତା ଯା ସା କାନ୍ତ ବଶବର୍ତ୍ତିନୀ ।-(ବ୍ରହ୍ମବୈବର୍ତ୍ତ)

 

(ସ୍ୱାମୀ ସ୍ତ୍ରୀମାନଙ୍କର କର୍ତ୍ତା, ହର୍ତ୍ତା, ଶାସିକା, ପୋଷଣକର୍ତ୍ତା, ରକ୍ଷିତା, ଓ ଅରିଷ୍ଟ ଦେବତା ଓ ପୂଜ୍ୟ । ସ୍ତ୍ରୀମାନଙ୍କର ସ୍ୱାମୀ ଅପେକ୍ଷା ଆଉ କେହି ଗୁରୁ ନାହିଁ । ସତ୍‌କୁଳୋତ୍‌ପନ୍ନା କାମିନୀଗଣ ସର୍ବଦା ଭର୍ତ୍ତାର ବଶ ବର୍ତ୍ତିନୀ ହୋଇଥାନ୍ତି ।)

 

୧୧-‘‘ତତ୍‌ ତାରୟତି ସନ୍ତତ୍ୟା ପୂର୍ବ ପ୍ରେତାନ୍‌ ପିତାମହାନ୍‌

ପୁନ୍ନାତ୍ମୋ ନରକାଦ୍‌ ଯସ୍ମାଦ୍‌ ପିତରଂ ତ୍ରାୟତେ ସୁତଃ

ତସ୍ମାତ୍‌ ପୁନ୍ତ୍ର ଇତି ପ୍ରୋକ୍ତଃ ସ୍ୱୟମେବ ସ୍ୱୟମ୍ବୁବା ।’’

 

(ଗ)

 

ସାନ ପୁଅ ପାଖେ ବସି

 

ହୋଇଲା ବିକଳ

 

ଜନ୍ମ କରିଥିଲୁ ବୋଉ !

 

କରିଗଲୁ ପର ।

।୧୨।

 

 

ମୁହଁକୁ ଚାହିଁଲା ଝିଅ

 

ବିକଳ ହୋଇଲା

 

କେଡ଼େକ ସେନେହ ବୋଉ !

 

ଛାଡ଼ିଲୁ ବୋଇଲା ।

।୧୩।

 

 

 

 

ଜାଆମାନେ ଆସି ତାକୁ

 

କହିଲେ ହାତ ଧରି

 

ବୋହୁ ଆସି ଗୋଡ଼ତଳେ

 

ପଡ଼ିଲା ତାହାରି ।

।୧୪।

ଗାଆଁ ଲୋକେ ଆସି ତାକୁ

 

କହିଲେ ହାତ ଧରି

 

‘ପୁଅ’ ଆସି ଗୋଡ଼ତଳେ

 

ପଡ଼ିଲା ତାହାରି ।

।୧୫।

୧୨-୧୪ । ତାବାର୍ଯ୍ୟମାଣାଃ ପତିରଃ ପିତୁରି ର୍ଭାତୃ ବନ୍ଧୁରିଃ ଗୋବିନ୍ଦାପହୃତାତ୍ମାନେ ନ ନ୍ୟବର୍ତ୍ତନ୍ତ ମୋହିତାଃ। (ଭାଗବତ)

ପ୍ରସ୍ଥାନକାଳରେ ଯେ କେହି ନିଷେଧ କଲେ ସେମାନେ ନିବୃତ୍ତ ହୁଅନ୍ତି ନାହିଁ ।

୧୫-‘କଇପ୍‌ସିତାର୍ଥସ୍ଥିର ନିଶ୍ଚୟଂ ମନଃ ପୟଶ୍ଚ ନିମ୍ନାରିମୁଖଂ ସ୍ଥତୀପୟେତୁ’

(କାଳିଦାସ)

ଦୃଢ଼ପ୍ରତିଜ୍ଞମନ-ନିମ୍ନମୁଖ ଜଳଧାର କି ଲେଉଟେ ?

ପୁଅ-ବଡ଼ପୁଅ

‘‘ଆଶୀର୍ବାଦ କରୁଅଛି

 

ଶୁଣରେ କୁମର

 

‘‘ଉତ୍ତମ ପୁନ୍ତ୍ରଟି ବାବୁ

 

ହୋଇବ ତୁମ୍ଭର ।

।୧୬।

 

 

ଆଶୀର୍ବାଦ କରୁଅଛି

 

ଶୁଣରେ କୁମର

 

‘ଚାନ୍ଦ’କୁ ତ ନିଠର ନ-

 

କରିବ ମୋହର ।

।୧୭।

କେତେ ମାୟା କରିଥିଲି

 

ଏକା ‘ଚାନ୍ଦ’ ପାଇଁ

 

ଦିଓଟି ବରଷ, କାଳ

 

ସହିଲା ତ ନାହିଁ ।

।୧୮।

ଦେଢ଼ଶୁରେ ଆସି ତାଙ୍କୁ

 

ପ୍ରବୋଧି କହିଲେ

 

କାହା କଥା ମହାସତୀ

 

ମନେ ନ ଧଇଲେ ।

।୧୯।

(ଘ)

ବାଜିଲା ତେଲଙ୍ଗି ବାଜା

 

କଂସାଳ ମହୁରୀ

 

ସେହି ଡ଼ାକେ ନରନାରୀ

 

ଦେଲେ ହୁଳହୁଳି ।

।୨୦।

 

 

ଚାନ୍ଦ-କନ୍ୟାର ନାମ ।

 

 

 

ଅଗ୍ନିକୁଣ୍ଡ ପାଖେ ନାରୀ

 

ଉଭା ହେଲା ଯାଇ

 

କୁଳଦୀପ କାଢ଼ି ତାର

 

ପୁନ୍ତ୍ର ହାତେ ଦେଇ ।

।୨୧।

 

 

ସେଠାରେ ଯେ ନରନାରୀ

 

ଥାଇ ଦେଖୁଥିଲେ

 

ସପତ ପୁରୁଷ ଭାଗ୍ୟ

 

ଦିଶିଲା ବୋଇଲେ ।

।୨୨।

 

 

ଗିଆଁ ତି କୁଟୁମ୍ବ ନୁହେଁ

 

ସାଇ ଲୋ ପଡ଼ିଶା

 

ଭଣତି କରିଚି ଏହା

 

ସାଙ୍ଗ ଲୋ ସରିସା ।

।୨୩।

 

୨୨-ଶଶିନା ସହ ଯାତି କୈାମୁଦୀ, ସହ ମେଘେନ ତତ୍ଥେ ସ୍ଫଲୀୟତେ ପ୍ରମଦା ପତିବର୍ତ୍ତା ଗା ଇତି ପ୍ରତିପନ୍ନଂହି ବିଚେତନୈ ରପି ।